District
ବର୍ଷା ରେ ଭ।ଗଂଲ। ଘର
ବର୍ଷାରେ ଭାଙ୍ଗିଲା ଘର
କଲ୍ୟାଣସିଂହପୁର, ତ। ୮/୯ : ସଦର ବ୍ଳକ୍ ନାରାୟଣପୁର ପଞ୍ଚାୟତ କୁସମଶିଲା ଗାଁ ବନ୍ଧସାହିର ର ଘୁ ନାଥ କୌଶଲ୍ୟାଙ୍କ ଘର ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି।
ଅମସ୍ତ ଆସବାବପତ୍ର ଓଦା ହୋଇ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ରଘୁ ନାଥଙ୍କ ଘରର ଝାଟିମାଟିରେ ତିଆର କାନ୍ଥ ପାଣି ରେ ଓଦାହୋଇ ଭୁଶୁଡ଼ି ଯାଇଥିଲା। ଘରେ ଥିବା ବର୍ଷ କର ଖାଦ୍ୟଶସ୍ୟ ଓ ଆସବାପତ୍ର ପାଣିରେ ଭିଜି ନଷ୍ଟ ହୋଇଥିଲା। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ, ସୋମବାର ସକାଳେ ପରିବାର ବର୍ଗ ଙ୍କୁ ଚାଉଳ, ଡାଲି ଓ ଜରିପାଲ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।