District

ବେଆଇନ ପ୍ଲ ଟିଂ କରୀ ସରକ।ରୀ ଜମି ବିକ୍ରି

ବେଆଇନ ପ୍ଲଟିଂ କରି ସରକାରୀ ଜମି ବିକ୍ରି

ରାଇଘର ଡା୮/୯

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୋଦଭଟା ସ୍ଥିତ ପୁରୁଣା ଥାନା ସମ୍ମୁଖରେ ଥ‌ିବା ବିରାଟ ସ୍ଥାନର ଶେଷ ପର୍ଯ୍ୟାୟରେ ସରକାରୀ ଜମିକୁ କିଛି ବ୍ୟକ୍ତି ଓ ମାଫିଆ ବେଆଇନ ପ୍ଲଟିଂ କରି ଲକ୍ଷାଧିକ ଟଙ୍କା ବ୍ୟୟରେ ବିକ୍ରି କରୁଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ସ୍ଥାନରେ ୨୦୨୩ ମସିହା ଫେବୃଆରୀ ମାସ ୨୨ ତାରିଖ ଦିନ ଫଳକ ଲଗାଇ ନିଜ ଅଧୀନକୁ ନେଇଥିଲା ପ୍ରଶାସନ। ଜିଲ୍ଲା ପ୍ରଶାସନ ଦୁଇ ଗୋଟି ସ୍ଥାନରେ ଏଭଳି ସୂଚନା ଫଳକ ଲଗାଇଥିଲା। ସରକାରୀ ଜମିକୁ ଯଦି କେହି କବଜା କରନ୍ତି ତାହାଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ଅବଗତ କରାଯାଇଥିଲା। ଉକ୍ତ ସ୍ଥାନରେ ବୋର୍ଡ଼ ଲାଗିବା ପରେ ୨୦୨୩ ମସିହା ନଭେମ୍ବର ମାସ ୧୪ ତାରିଖ ଦିନ ପ୍ରଥମ ବୋର୍ଡ଼ ଉଭାନ ହେବା ପରେ ଅଭିଯୋଗ ସହ ଗଣମାଧ୍ୟମରେ ରିପୋର୍ଟ୍ ପ୍ରକାଶିତ ହୋଇଥିଲା। ବର୍ତ୍ତମାନ ଦ୍ଵିତୀୟ ବୋର୍ଡ଼ ମଧ୍ୟ ଉଭାନ ହୋଇଯାଇଛି।

ସୂଚନା ଥାଉ କି, ରାଜ୍ୟରେ ନୂତନ ସରକାର ଆସୁ ଆସୁ ସରକାରୀ ଜମିର

ପ୍ରଶାସନ ମାରିଥିବା ଦ୍ବିତୀୟ ବୋର୍ଡ ଉଭାନ

ଗୁରୁତ୍ବ ଦେଇ ଆସୁଥିବା ବେଳେ ରାଇଘର ବ୍ଲକ ଠାରେ ସରକାରୀ ଜମି ଖୁଲମ ଖୁଲା ବିକ୍ରି ସହ ମାଫିଆରାଜ ବୃଦ୍ଧି ପାଇବାରେ ଲାଗିଛି । ରାଇଘର ସଦର ମହକୁମାର କବୋଭଟା ଗ୍ରାମର ମଧ୍ୟ ସ୍ଥଳ ଯଥା ପୁରୁଣା ଥାନା ସମ୍ମୁଖରେ ଥିବା ସରକାରୀ ଜମିରେ ମୁଣ୍ଡ ଗୁଞ୍ଜିବାକୁ ଦୀର୍ଘ ବର୍ଷ ତଳେ ସରକାରୀ ଦଖଲକାରୀ ଠାରୁ ଅଳ୍ପ ଅଳ୍ପ ଜାଗା ନେଇ ଛୋଟ ମୋଟ ଘର ତିଆରି କରି ରହି ଆସୁଥିବା ବେଳେ ବର୍ତ୍ତମାନ ସେହି ସ୍ଥାନରେ କିଛି ଜମି ମାଫିଆ ସହ ଜଡିତ ହୋଇ ବେଆଇନ

କରୁଥିବା ବେଳେ ଦୀର୍ଘ ବର୍ଷ ଧରି ଯାତାୟତର ମୁଖ୍ୟ ରାସ୍ତାକୁ ଜେସିବି ମେସିନ ଦ୍ବାରା ବନ୍ଦ କରାଯାଇଥିଲା। ଏ ସଂପର୍କରେ ଅଭିଯୋଗ କଲେ ଧମକ ଦେବା ସହ ଲୋକଙ୍କୁ ଭୟଭିତ କରାଯାଉଛି। ସମସ୍ୟା ସମ୍ପର୍କରେ ପ୍ରଶାସନିକ ସ୍ତରରେ ଗ୍ରାମବାସୀ ଲିଖୁତ ଅଭିଯୋଗ କରିବା ପରେ ମଧ୍ୟ ସମାଧାନ ନହେବାରୁ ଏହି ଘଟଣାକୁ ନେଇ ଗ୍ରାମକମିଟି ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା ଆରମ୍ଭ କରିଥିବା ବେଳେ କିଛି ବ୍ୟକ୍ତିବିଶେଷ ଓ ଜମିମାଫିଆଙ୍କ

ହୋଇଥିଲା । ଦୀର୍ଘ ଦିନରୁ ଯାତାୟତ ରାସ୍ତା ବନ୍ଦ ହେବାରୁ ବାସିନ୍ଦା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇ ସମାଧାନ କରିବାକୁ ବାସିନ୍ଦା ଦାବୀ ସହ ପ୍ରଶାସନ ନିକଟରେ ଲିଖୂତ ଅଭିଯୋଗ କରିଥିଲେ । ଘଟଣାକୁ ଗୁରୁତର ସହ ନେଇ ତତ୍ କାଳୀନ ଭାରପ୍ରାପ୍ତ ତହସିଲଦାର ଗତ ୨୦୨୩ ମସିହା ଫେବୃଆରୀ ମାସ ୨୨ ତାରିଖ ଦିନ ଘଟଣା ସ୍ଥଳରେ ତଦାରଖ କରି ବିବାଦୀୟ ସ୍ଥାନ ସରକାରୀ ରେକର୍ଡ ମଧ୍ୟରେ ରହିଥିବା ଯୋଗୁଁ ଦୁଇ ଗୋଟି ସ୍ଥାନରେ ବୋର୍ଡ଼ ମାରି ନିଜ ଦଖଲକୁ ନେବା ପରେ ଶାନ୍ତ ପଡ଼ିଥିଲା I ୨୦୨୩ ମସିହା ନଭେମ୍ବର ୧୪ ତାରିଖ ଦିନ ଦୁଇ ଗୋଟି ବୋର୍ଡ ମଧ୍ଯରୁ ପ୍ରଥମ ବୋର୍ଡ ଉଭାନ କରିଥିଲେ ଦୃର୍ବୁତ୍ତ ବର୍ତ୍ତମାନ ଦ୍ବିତୀୟ ବୋର୍ଡ ଉଭାନ କରି ହୋଇଛି। ବୋର୍ଡ ଉଭାନ ପରେ ରାଇଘର ସାତପାଲି ଗ୍ରାମ କମିଟି ଦେବୋତ୍ତର ସମ୍ପତ୍ତି ସହ ସ୍ଥାନୀୟ ଜବର ଦଖଲ ଜାଗା ଓ ବୋର୍ଡ ଉଭାନ ଘଟଣା ସମ୍ପର୍କରେ ୨୦୨୪ ମସିହା ଜୁଲାଇ ମାସ ୯ ତାରିଖ ଓ ଜୁଲାଇ ମାସ ୨୯ ତାରିଖ ଦିନ ପ୍ରଶାସନର ଦ୍ବାରସ୍ଥ ହୋଇ ଲିତ ଅଭିଯୋଗ କରିଥିଲେ । ଏଥପ୍ରତି ପ୍ରଶାସନ ଦୃଷ୍ଟି ଦେଇ

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button