ଲୋଭ ଦେଖାଇ ୩କୋଟିଟଙ୍କା ଉର୍ଦ୍ଧ ଠକେଇ ଅଭିଯୋଗ ଘଟଣ।
ସୋମବାର, ୦୮ ସେ ସେପ୍ଟେମ୍ବର ୨୦୨୫
ଲୋଭ ଦେଖାଇ ୩କୋଟିରୁ ଉଦ୍ଧ ଠକେଇ ଘଟଣା
ରୋଜା ଟ୍ରେଡ଼ର୍ସ ଯିବାର ମାସେ, କାର୍ଯ୍ୟନୁଷ୍ଠାନ ଶୂନ
ପୋଲସରା, ୮/୯
ରାଜ୍ୟ ବାହାରୁ କିଛି ବ୍ୟକ୍ତି ଆକର୍ଷଣୀୟ ଲୋଭ ଦେଖାଇ ଗତ ଜୁଲାଇ ମାସ ୧୯ ତାରିଖରେ ପୋଲସରା ଥାନା ଅନ୍ତର୍ଗତ ପୋଲସରା ପାଟଣାପଦର ଛକ ଠାରେ ରୋଜା ଟ୍ରେଡ଼ର୍ସ ନାମରେ ଏକ ସଂସ୍ଥା ଖୋଲି ଥିଲେ । ପ୍ରତଶ୍ୟକ କମ୍ପାନୀର ବ୍ରାଣ୍ଡ ସାମଗ୍ରୀକୁ ଅଧା ଦାମ୍ ରେ ଦିଆଯିବାର ପ୍ରଲୋଭନ ମାଧ୍ୟମରେ ଅଫର ଦେଖାଇ ଆଗୁଆ ପେମେଣ୍ଟ ନେଉଥିଲେ । ଯାହା ଆକର୍ଷଣୀୟ ଲୋଭର ବଶବର୍ତ୍ତୀ ହୋଇ ଶିକ୍ଷିତ ଠାରୁ ଆରମ୍ଭ କରି ପ୍ରତ୍ୟକ ବର୍ଗର ଲୋକଙ୍କ ଗହଳି ଚହଳି ଏହି ରୋଜା ଟ୍ରେଡ଼ର୍ସରେ ଲାଗି ରହୁଥୁଲା । ହେଲେ କେହି କିଛି ବୁଝିବା ଆଗରୁ ଅଗଷ୍ଟ ମାସ ୪ ତାରିଖ ସୋମବାର ମାତ୍ର ୧୭ ଦିନ ଭିତରେ ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନେଇ ରାତାରାତି କେଉଁ ଆଡ଼େ ଫେରାର ହୋଇଗଲେ ଜାଲି ସଂସ୍ଥା ରୋଜା ଟ୍ରେଡ଼ର୍ସର ସଦସ୍ୟ ମାନେ । ଯେଉଁଠି ଲାଭ ଖାଇବା ବଦଳରେ ସଂପୂର୍ଣ୍ଣ ମୂଳ ଚୂଳ
ଚାଲିଗଲା ରୋଜା ଟ୍ରେଡ଼ର୍ସର ପାଖକୁ
ଏଭଳି ଜାଲିଆତି ସଂସ୍ଥାର କଳାକରନାମାକୁ ନେଇ ଟଙ୍କା ଦେଇ ଆଶା ବାନ୍ଧିଥିବା ଆଶାୟୀ ଲୋକଙ୍କ ଭିଡ଼ ରୋଜା ଟ୍ରେଡ଼ର୍ସ ଆଗରେ ଲାଗିଥିଲା । ଏନେଇ ଟଙ୍କା ଦେଇଥିବା କିଛି ବ୍ୟକ୍ତି ପୋଲସରା ଥାନାରେ ରୋଜା ଟ୍ରେଡ଼ର୍ସ ନାମରେ ଲିତ ଅଭିଯୋଗ କରିଥିଲେ । ଉକ୍ତ ଲିଖୁତ ଅଭିଯୋଗକୁ ଭିର୍ତିକରି ରୋଜା ଟ୍ରେଡ଼ର୍ସ ଯିବାର ୫ ଦିନପରେ ପୋଲସରା ପୋଲିସ ଆକ୍ସନ ମୁଡ଼ରେ ଆସିଥିଲା । ଥାନା ଅଧୁକାରୀ କୌଶିକ ମାଝୀଙ୍କ
ନିର୍ଦ୍ଦେଶରେ ସଦଳବଳେ କିଛି ପୋଲିସ କର୍ମୀ ରୋଜା ଟ୍ରେଡ଼ର୍ସର ସେହି ତାଲା ବନ୍ଦ ଥୁବା ଦୋକାନ ସ ମ୍ମୁଖରେ ପହଞ୍ଚି ଥିଲେ । ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ଦୀପ୍ତି ମୟୀ ପାତ୍ର ଓ ପୁରଷୋତମପୁର ଏସଡିପିଓ ସୁଜିତ କୁମାର ନାୟକଙ୍କ ଉପସ୍ଥିତରେ ତାଲା ଭାଙ୍ଗି ସମସ୍ତ ସାମଗ୍ରୀ ଜବତ କରି ତଦନ୍ତ ଆରମ୍ଭ କରିବାର ଥିଲା । ହେଲେ ସେହିଦିନ କୌଣସି କାରଣକୁ ନେଇ ମାଜିଷ୍ଟ୍ରେଟ ଓ ଏକ୍ଜିପିଓ ଅନୁପସ୍ଥିତି ହେବାରୁ ରୋଜା ଟ୍ରେଡ଼ର୍ସର ତାଲା ଭଙ୍ଗା ଯିବା ମିଶନ
ଅଧାରେ ରହିଗଲା । ପୁଣିଥରେ ମାଜିଷ୍ଟ୍ରେଟ ଓ ପ୍ରଶାସନିକ ଅକାରୀଙ୍କ ଉପସ୍ଥିତ ଦେଖ୍ ରୋଜା ଟ୍ରେଡ଼ର୍ସର ତାଲା ଭଙ୍ଗା ଯିବାର ନିଷ୍ପରି ନିଆଯିବ । ଏହା ମଧ୍ୟରେ ରୋଜା ଟ୍ରେଡ଼ର୍ସ ଯିବାର ଆଜକୁ ଏକ ମାସରୁ ଉର୍ଦ୍ଧ୍ୱ ସମୟ ହୋଇ ବାବେଳେ ପ୍ରଶାସନ ପକ୍ଷରୁ କୌଣସି ତତ୍ପର ତା ଦେଖୁବାକୁ ମିଳିନାହିଁ । ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କା ଦେଇ ଫେରି ପାଇବା ଆଶା ବାନ୍ଧିଥିବା ଆଶାୟୀ ମାନଙ୍କ ଲମ୍ଵା ଲାଇନ୍ ଏବେ ଅଧିକ କଷ୍ଟ ଯନ୍ତ୍ରଣା ଦେଇଥୁବା କହିଛନ୍ତି କିଛି ଶିକ୍ଷିତ ଗ୍ରାହକ ଓ କିଛି ଛୋଟ ବଡ଼ ବେପାରୀ ମାନେ । ଅନ୍ୟପଟେ କିଛି ହାତ ଗଣତି ଅଭିଯୋଗକୁ ଭିରିକରି ପୋଲିସ ପ୍ରଶାସନ କାହିଁକି ଏପର୍ଯ୍ୟନ୍ତ ଦ୍ଵୀପ ରହିଛି ତାହା ବର୍ଷ ମାନ ସମୟରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଗ୍ରାହକ ମାନଙ୍କ ମଧ୍ୟରେ । କେବଳ ସେତିକି ନୁହେଁ ଏଯାଏ ଉକ୍ତ ଦୋକାନ ଗୃହ ସି ଲ ହୋଇନଥିବାରୁ ଭିତରେ ଥିବା
ଜିନିଷର ସ୍ଥିତିକୁ ନେଇ ମଧ୍ୟ ଗ୍ରହକଙ୍କ ମଧ୍ୟରେ ସନ୍ଦେହ ଉପୁଜିଥିବା ଜଣାପଡ଼ୁଛି । ସେହିପରି ଘର ମାଲିକଙ୍କୁ ମଧ୍ୟ
ତଦନ୍ତ ପରିସରକୁ ନେଇ କେଉଁ କାଗଜ ପତ୍ର ଆଧାରରେ ଏହିସବୁ ଏଗ୍ରିମେଣ୍ଟ କରାଯାଇଛି । ତାହା ସ୍ଥାନୀୟ ପୋଲିସର ସଠିକ୍ ତଦନ୍ତ ହେଲେ ଏହି ସବୁ ଜାଲି ସଂସ୍ଥାର ପ୍ରକୃତ କଳାକରନାମା ଲୋକ ଲୋଚନକୁ ଆସିବ । ଏନେଇ ତଦନ୍ତ କାରୀ ପୋଲିସ ଏସାଇ ବିମଲ କହଁରଙ୍କ ସୂଚନା ପ୍ରକାରେ ଏବେବି ସ୍ଥାନୀୟ ଲୋକଙ୍କ ଅଭିଯୋଗ ପତ୍ର ଆମ ପାଖକୁ ଆସୁଛି । ଆମେ ପ୍ରତକଟି ଦିଗକୁ ଯାଞ୍ଚ କରି ଛାନଭିନ୍ କରୁଛୁ । ସମୟ ସୁବିଧା ଦେଖ୍ ନିଶ୍ଚିତ ସେମାନଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ ସୂଚନା ଦେଇଥିଲେ । ଏଭଳି ଜାଲି ସଂସ୍ଥା ଯେପରି ଅନ୍ୟ କେଉଁଠି ଜାଲି କାମ ନକରେ ସେନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏଭଳି ସଂସ୍ଥା ମାଲିକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସର୍ବ ସାଧାରଣରେ ଦାବି ହୋଇଛି ।