District

ହ।ତୀ ଆକ୍ରମଣ ରେ ମହିଳ। ମୃତ

ହାତୀ ଆକ୍ରମଣରେ ମହିଳା ମୃତ

ଅଟୋରେ ଯାଉଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଲେ

ମୋରଡ଼ା, ୮/୯

ଦନ୍ତା ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍ ଅଞ୍ଚଳରେ ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚୁବାବେଳେ ଦିନକୁ ଦିନ ଧନଜୀବନ ନଷ୍ଟ ହେବାରେ ଲାଗିଛି। ଶନିବାର ରାତି ୧୦ଟା ୪୫ମିନିଟ ସମୟରେ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ ବାରିପଦା ଉପଖଣ୍ଡ ପୋଡ଼ାଅଷ୍ଟ୍ରିଆ ଗ୍ରାମର ରୀନା ନାଏକ(୪୫)। ସୂଚନା ଅନୁଯାୟୀ, ରୀନା ଅମର୍ଦାସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରୁ ୪ଜଣଙ୍କ ସହିତ ଏକ ଅଟୋ ଯୋଗେ ଘରକୁ ଫେରୁଥିବା ସମୟରେ ବାରିପଦା– ଚିତ୍ରଡ଼ା–ଅମର୍ଦା ରାଜ୍ୟ ରାଜପଥର ଅସ୍ତିଆ ରବରପ୍ଲାଣ୍ଟ ନିକଟସ୍ଥ ଏକ ପୋଲ ନିକଟରେ ୭ଟି ହାତୀ ରାସ୍ତା ପାର୍ ହେଉଥିଲେ। ଏହି

ସମୟରେ ଅଟୋକୁ ଦେଖ୍ ଏକ ଦନ୍ତା ଦୌଡ଼ି ପଳାଇ ଆସିଥିଲା। ହାତୀ ଭୟରେ ଅଟୋରୁ ଓହ୍ଲାଇ ସମସ୍ତେ ଦୌଡ଼ି ପଳାଇ ଯାଇଥିବାବେଳେ ରୀନା ରହିଯାଇଥିଲେ। ଡ୍ରାଇଭର ଅଟୋକୁ ବୁଲାଇବା ସମୟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡ଼ିଥିଲା। ଏହି ସମୟରେ ଦନ୍ତା ହାତୀଟି ରୀନାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ବାରିପଦାସ୍ଥିତ ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ରେ ତାଙ୍କର ମୃତ୍ଯୁ ଘଟିଥିଲା। ମୃତା ମହିଳାଙ୍କ ପରିବାରକୁ ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବା ସହିତ ପରେ ମୋଟ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ ବୋଲି ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ କହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button