District

ସୁନାହାର ଚୋରି ଅଭିଯୋଗ ରେ ଯୁବକ ଗିରଫ

ସୁନାହାର ଚୋରି ଅଭିଯୋଗରେ ଯୁବକ ଗିରଫ

ତେନ୍ତୁଳିଖୁଣ୍ଟି, ୭/୯

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଧୀନ ଅଞ୍ଚଳଗୁମ୍ମା ଗ୍ରାମର ଗେଲିମଣୀ ବିଷୋୟୀଙ୍କ ବେକରୁ ସୁନା ହାର ଟାଣି ନେଇଯିବା ଅଭିଯୋଗରେ ଶନିବାର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ସୁନାବେଡ଼ା ଥାନା ଅଧୀନ ଡୁମୁରିପୁଟର ନିଖୋଲ ଦଣ୍ଡସେନା।

ସୂଚନାନୁଯାୟୀ, ପାଣି ପାଇଁ ପ୍ରାତଃ ୫ଟା ୩୦ ବେଳେ ଗେଲିମଣୀ ନଳକୂପ

ଯାଉଥିବା ସମୟରେ ଜଣେ ଯୁବକ ତାଙ୍କ ସୁନାହାର ଝାମ୍ପି ନେଇଥିଲେ। ଯାହାକି ୨ ତୋଳାର ଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ କେଶ୍ ନମ୍ବ ୧୮୯/୨୫ ରେ ମାମଲା ରୁଜୁ କରିଥିଲା। ଏସ୍‌ଆଇ ମହେନ୍ଦ୍ର ର୍କିଷଙ୍କ ନେତୃତ୍ୱରେ ପୋଲିସ ଟିମ ତଦନ୍ତ ଓ ଖୋଳତାଡ଼ କରିବା ପରେ ରେ ଏଥିରେ ନିଖୋଲଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା।

ଏହାପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button