୧୦ ଶିକ୍ଷକ ଙ୍କୁ ଅବସର ସମ୍ବର୍ଦ୍ଧନା
୧୦ ଶିକ୍ଷକଙ୍କୁ ଅବସର ସମ୍ବଦ୍ଧନା
ନନ୍ଦାହାଣ୍ଡି, ୭|୯: ନନ୍ଦାହାଣ୍ଡି ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅବସର ଗ୍ରହଣ କରିଥିବା ୧୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବଦ୍ଧିତ କରାଯାଇଛି।
ଡଙ୍ଗରଭେଜା ନୋଡାଲ ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଗୁରୁଦିବସ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ, ମୁଖ୍ୟବକ୍ତା ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ଦାଶ, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନୁର୍ଜୟ ମାଝୀ ଏବଂ ବିଆରସିସି ଉତ୍ତମା ହରିଜନ ଓ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଗୋଲତି କୁମାର ସାଗରିଆ ଉପସ୍ଥିତ ରହିଥିଲେ। ନନ୍ଦାହାଣ୍ଡି ଶିକ୍ଷକ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସମସ୍ତ ସିଆରସିସି ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ | ଡଙ୍ଗରଭେଜା ଉଚ୍ଚବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିବାରୁ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଗଲା | ସଂଘର କର୍ମକର୍ତ୍ତା ବିଘ୍ନରାଜ ପାତ୍ର, ଦୁର୍ଗାମାଧବ ଦାଶ, ବିଷ୍ଣୁ ପାଣିଗ୍ରାହୀ, ସଂକେଶ ତ୍ରିପାଠୀ, ପ୍ରହଲ୍ଲାଦ ତ୍ରିପାଠୀ, ଗୀତା ବେଜ, ଇତିଶ୍ରୀ ପରିଛା, ମଧୁସୂଦନ ହରିଜନ, ବୃନ୍ଦାବନ ପାଢ଼ୀ, ମୀନକେତନ ବାଗ, ଅନନ୍ତ ମିଶ୍ର, ହିମାଂଶୁ ଗୌଡ଼, ଭୁବନେଶ ନାୟକ, ଶିଭାଶିଷ, ରବୀନ୍ଦ୍ର, ନାରାୟଣ, ଟି ସୂରିୟା ରାଓ, ଲକ୍ଷ୍ମୀ ସାହୁ, ପ୍ରଦୀପ, ନାରାୟଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |