
କୋରାପୁଟ, ୦୭/୦୯: କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳିରେ ବିଜେଡି ତୋରଫରୁ ଜରୁରୀ କାଳୀନ ବୈଠକ ସୁବାଇରେ ବିଜେଡି ତୋରଫରୁ ଜରୁରୀ କାଳୀନ ବୈଠକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହଇଯାଇଛି.
ମୁଖ୍ୟ ଆଲୋଚନାରେ ବିଗତ ଦିନ ବିଜେଡି ରାଜ୍ୟ ସଭାପତି ଦ୍ୱାରା କୋରାପୁଟ ଜିଲ୍ଲା ରେ ବିଜେଡି ସଭାପତି ଭାବେ ପୂର୍ବତନ କୋରାପୁଟ ସାଂସଦ ଝୀଂନ ହିକକା,କାର୍ଯ୍ୟ କାରି ସଭାପତି ଭାବେ ଦୁର୍ଗା ମିଶ୍ର, ପ୍ରସାଦ ବିଡ଼ିକା, ପଦ୍ମିନୀ ଦିୟାନ ସାଧାରଣ ମହିଳା ସୋମ୍ପାଦିକା, ଭାବେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଦ୍ୱାରା ମନୋନୀତ ହଇଥିବା ବେଲେ କୋରାପୁଟ ନିର୍ବାଚନ ମଣ୍ଡଳି, ଏବଂ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳି ରେ କୋଣସି ସକ୍ରିୟ ବରିଷ୍ଟ ବିଜେଡି କର୍ମୀ ମାନଙ୍କୁ ସଂଘଟନ ର ପଦବୀ ନ ମିଳିଥିବା ଅଞ୍ଚଳରେ ଦୁଃଖର ପ୍ରକାଶ ପାଇଛି.
ସୂଚନା ଅନୁଯାଇ କୋରାପୁଟ ଓ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳିରେ କୋଣସି ବିଧାୟକ ନଥିବା ବେଲେ ବିଜେଡି ଦଳକୁ ଶୋକ୍ରିୟା ଭାବେ ଦଳକୁ ମୋଜବୁତ କରିବା ପାଇଁ ନେତୃତ୍ୱର ଆବଶ୍ୟକ ରହିଛି. କୋରାପୁଟ ନିର୍ବାଚନ ମଣ୍ଡଳିରେ ବିଜେପି ବିଧାୟକ, ପଟ୍ଟାଙ୍ଗିରେ କଂଗ୍ରେସ ବିଧାୟକ ଥିବା ବେଲେ ବିଜେଡି ରେ କୋଣସି ବିଧାୟକ ନ ଥିବା, ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳିରେ ନନ୍ଦପୁର, ସେମିଲିଗୁଡା, ପଟ୍ଟାଙ୍ଗି ବ୍ଲକ ଅଦ୍ୟକ୍ଷା ଭାବେ ବିଜେଡି ଅକ୍ତିଆର କରିଥିବା ବେଲେ ବିଜେଡି ଦଳକୁ ଶୋକ୍ରିୟା ଭାବେ ଚଳାଇବା ପାଇଁ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳିରେ ରାଜ୍ୟ ସୁପ୍ରିମଙ୍କ ଦ୍ୱାରା ନିର୍ବାଚନ ମଣ୍ଡଳିରେ ଦୁଇ ପୂର୍ବତନ ବିଜେଡି ବିଧ୍ୟାୟକଙ୍କୁ ରାଜ୍ୟ, ଏବଂ ଜିଲ୍ଲାର କାର୍ଯ୍ୟ କାରି ସଭାପତି ଭବେ ନିଯୁକ୍ତି ଦେବା ପାଇଁ କର୍ମୀ ମତ ରଖି ଥିଲେ.
ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି କର୍ମୀ ମାନେ ରାଜ୍ୟ ସଭାପୋତୀଙ୍କ ପରିବର୍ତ୍ତନ କରିବା ନିମନ୍ତେ ଆସନ୍ତା 14 ତାରିଖରେ ପୂର୍ବତନ ମୁଖ୍ୟ ମନ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ ଅବସ୍ତା ପରିଖିବା ସହ ଏକ ମେମରାଣ୍ଡମ ଦେବେ ବୋଳି ଉକ୍ତ ବୈଠକ ରେ ଆଲୋଚନା ହଇଛି.
ମେମରାଣ୍ଡମ ଦେବା ସାତଦିନ ପରେ ରାଜ୍ୟ ବିଜେଡି, ନେତୃ ମଣ୍ଡଳି ଙ୍କ ଆଦେଶ କଣ ରହିବ ତା ଉପରେ ଅପେକ୍ଷା କରିବେ, ଆସନ୍ତା ଦିନରେ ଶୁଣାଣି ନ ଆସିଲେ ଦଳରେ କୋଣସି ବିଶୃଙ୍କଲା ହେଲେ ଦୋଳହି ଦାଈ ରହିବ. ବୋଳି ଉପସ୍ଥିତ କର୍ମୀ ମାନଙ୍କ ମଧ୍ୟ୍ୟ ରେ ଆଲୋଚନା ହଇଛି.
ଉକ୍ତ ବୈଠକ ରେ ପୂର୍ବତନ ବିଧାୟକ ପ୍ରୋଫୁଲ କୁମାର ପାଙ୍ଗି, ପ୍ରିତମ ପାଢ଼ୀ, ବରିଷ୍ଟ କର୍ମୀ ଜଗନ୍ନାଥ ପାଙ୍ଗି, ଗୋପାଳ ବେଵାର୍ତା, ଘନ ଶ୍ୟାମ ନାୟକ, ପୁର୍ବୋତନ ଜିଲ୍ଲା ପରିଶୋଦ ଶ୍ୟାମ ହନ୍ତାଲ, ତିନି ଗୋଟି ବ୍ଲକ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ,ବିଜେଡି ବ୍ଲକ ଅଦ୍ୟକ୍ଷ, ଏବଂ ସତାଧିକ କର୍ମୀ ଉପସ୍ଥିତ ରହିଥିଲେ.