DistrictEducationGajapati

ଗୁମ୍ମା ବ୍ଲକରେ ଗୁରୁ ଦିବସରେ ବିଦ୍ୟାର୍ଥୀ ଉପକରଣ ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି, ୬/୯: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବାଇଝାଲ ପଞ୍ଚାୟତ ଅନ୍ତର୍ଗତ ଆବାଡ଼ା ସରକାରୀ ବିଦ୍ୟାଳୟରେ ଗୁରୁ ଦିବସ ପାଳନ କରାଯାଇଛି। ଗୁମ୍ମା ବ୍ଲକ ବାଇଝାଲ କ୍ଲୋଷ୍ଟର ସୀମାନ୍ତବର୍ତ୍ତି ଗ୍ରାମ ଆବାଡ଼ାର ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଉପାନ୍ତ ଅଞ୍ଚଳରେ ଗୁରୁ ଦିବସ ପାଳନ କରିବାକୁ ଜିଲ୍ଲାର ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣି ଅଧିକାରୀ ଦିପେନ୍ ପରିଡ଼ା, ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଉପଖଣି ଅଧିକାରୀ ଚିଣ୍ଟୁ ଦେଉରୀ, ଅଙ୍ଗନବାଡି ପରିଦର୍ଶିକା ଧରିତ୍ରୀ ପାତ୍ର ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିସ ପାଣି ଯୋଗ ଦେଇଥିଲେ।ଗୁରୁ ଦିବସରେ ପ୍ରଥମେ ଅତିଥି ମାନେ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଠନଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଛାତ୍ରଛାତ୍ରୀମାନଙ୍କୁ ଗୁରୁଙ୍କ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ପରେ ଆବାଡ଼ା ସରକାରୀ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସେହିପରି ଅତିଥିମାନେ ବିଦ୍ୟାଳୟରେ ଅଧ୍ୟାୟନ ଛାତ୍ରଛାତ୍ରୀମାନଙ୍କୁ ଖାତା, ପେନ, ପେନ୍ସିଲ ଓ ରବର ଆଦି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟର ଏସଏମସି ସଭାପତି ଜିରିଏଲ ରଇତ, ୱାର୍ଡ ମେମ୍ବର ଗାଲିଅ ଗମାଙ୍ଗ, ଅଙ୍ଗନବାଡି କର୍ମୀ ବିନିତା ଶବର, ସହକାରୀ ଶିକ୍ଷକ ଟଙ୍କଧର ମାଝୀ ନାୟକ ପ୍ରମୁଖ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ପରିଶେଷରେ ଗ୍ରାମବାସୀମାନେ ଏହି ଅଧିକାରୀମାନଙ୍କୁ ଗ୍ରାମର ବିଭିନ୍ନ ସମସ୍ୟା ଯଥା ପାନୀୟ ଜଳ, ବିଦ୍ୟୁତ ତଥା ଗମନାଗମନ ଅବ୍ୟବସ୍ଥା ବିଷୟରେ ଅବଗତ କରାଇ ଏହାର ନିରାକରଣ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button