DistrictEducationMalkangiri

ଜିଲ୍ଲା ସ୍ତରୀୟ ଗୁରୁଦିବସ ପାଳନ ଓ କୃତି ଶିକ୍ଷକଙ୍କୁ ସମ୍ୱର୍ଦ୍ଧନା

ମାଲକାନଗିରି, ୫/୯: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ତରଫରୁ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳନ ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଜିଲ୍ଲା ବର୍ଗ ରେ ଚୟନ ହୋଇ ଥିବା ଶ୍ରେଷ୍ଠ ଶିକ୍ଷକ ଏବଂ ଜିଲ୍ଲା ଶିକ୍ଷା ପ୍ରଶାସନ ତରଫରୁ ଅବସର ପ୍ରାପ୍ତ ପାଞ୍ଚ ଜଣ ଶ୍ରେଷ୍ଠ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇଙ୍କ ଆବାହକତ୍ୱ ରେ ଅନୁଷ୍ଠିତ ଏହି ସମାରୋହରେ ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ , ସମ୍ମାନିତ ଅତିଥି ଭାବେ ବିଧାୟକ ମାଲକାନଗିରି ନରସିଂହ ମାଡକାମୀ , ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ , ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ , ନବରଙ୍ଗପୁର ସାଂସଦ ପ୍ରତିନିଧି ସଞ୍ଜୟ ସରକାର , ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦଚନ୍ଦ୍ର ପାତ୍ର , ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଅଧ୍ୟକ୍ଷ୍ୟା ମମତା ଝୋଡିଆ ପ୍ରମୁଖ ମାଞ୍ଚାସୀନ ଥିଲେ ।

ଉତ୍ତରୀୟ ଓ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରି ଅତିଥିମାନେ କୃତି ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ଅତିଥିମାନେ ମଧ୍ୟ ରାଷ୍ଟ୍ର ଗଠନରେ ଗୁରୁ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ଦ୍ୱାରା ଚୟନ ହୋଇ ଥିବା ପ୍ରାଥମିକ ଶିକ୍ଷା ବର୍ଗରୁ ୭ ଜଣ , ମାଧ୍ୟମିକ ଶିକ୍ଷା ବର୍ଗରୁ ୫ ଜଣ , ଜଣେ ଆଞ୍ଚଳିକ ସାଧନ କର୍ମୀ ସଂଯୋଜକ ପୁରସ୍କୃତ ହୋଇଥିଲେ ।

ଜିଲ୍ଲା ଶିକ୍ଷା ବିଭାଗ ମାଲକାନଗିରି ତରଫରୁ ୫ ଜଣ ଅବସର ପ୍ରାପ୍ତ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଦେବରାଜ ସେଠୀ ସଂଯୋଜନା କରି ଥିଲେ । ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ବିଭାଗ ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମଧ୍ୟ ଯୋଗେଇଥିଲେ।

Keshab Chandra Nayak (District Reporter) Malkangiri

Related Articles

Leave a Reply

Your email address will not be published. Required fields are marked *

Back to top button