
ପାରଳାଖେମୁଣ୍ଡି, ୫/୯: ଜିଲ୍ଲାରେ ଗୁଣି ସନ୍ଦେହରେ ହତ୍ୟା ଘଟଣାରେ ପୋଲିସ ଅଙ୍ଗନୱାଡି ହେଲ୍ପର ଓ ତାଙ୍କ ସ୍ଵାମୀଙ୍କୁ ଗିରଫ କରିଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, ଗତ କିଛି ଦିନ ତଳେ ମୋହନା ଥାନା କୁସୁମପୁର ଗାଁରେ ଗୁଣିଗାରେଡି ହତ୍ୟା ଘଟଣାରେ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ହେଲେ କୁସୁମପୁର ଗାଁ ଅଙ୍ଗନୱାଡି କେନ୍ଦ୍ର ହେଲ୍ପପର ସୁମତି ମଲ୍ଲିକ ଓ ତାଙ୍କ ସ୍ଵାମୀ ଶଙ୍କର ମଲ୍ଲିକ । ପୂର୍ବରୁ ଏହି ଘଟଣାରେ ୧୦ ଜଣ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ଗିରଫଙ୍କ ସଂଖ୍ୟା ୧୨ କୁ ବୃଦ୍ଧି ପାଇଛି ବୋଲି ଥାନା ଅଧିକାରୀ ବସନ୍ତ ସେଠି କହିଛନ୍ତି ।
ଗିରଫ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ଘଟଣାରେ ଆଉ କିଛି ଅଭିଯୁକ୍ତ ଅଛନ୍ତି । ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧୂକାରୀ ତଥା ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠି କହିଛନ୍ତି ।
ସୂଚନାଯୋଗ୍ୟ ଗତ ମାସ ୭ ତାରିଖ ଦିନ କମଳାପୁର ଗାଁର କରୁଣାକର ଦଳାଇଙ୍କୁ ଗୁଣି ସନ୍ଦେହରେ କୁସୁମପୁର ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ମାଡ଼ ମାରି ହତ୍ୟା କରି ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଜଙ୍ଗଲରେ ଅଭିଯୁକ୍ତମାନେ ପୋତି ଦେଇଥିଲେ ।