DistrictPolitics

କଂଗ୍ରେସ ର ସଙ୍ଗଠନ ସୃଜନ ଅଭିଯାନ

ନବରଙ୍ଗପୁର, ୦୩/୦୯: ଡାବୁଗାଁ ବ୍ଲକ ସଦରମହକୁମାର ଜୟନ୍ତୀନଗର ସ୍ଥିତ ଆୟାପ୍ପା ସ୍ଵାମୀ ମନ୍ଦିର ପରିସରରେ କଂଗ୍ରେସ ର ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ସଭାପତି ଓ ଜିଲ୍ଲା ସଭାପତି ନିର୍ବାଚନ ଉପରେ ଆଲୋଚନା ହୋଇଥିଲା |

ଏହାସହ କଂଗ୍ରେସ ଦଳକୁ କିପରି ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସୁଦୃଢ କରାଯିବା ନେଇ ବ୍ୟାପକ ଆଲୋଚନା ହୋଇଥିଲା | ଏଥିରେ ପର୍ଯ୍ୟବେକ୍ଷକ ତଥା ଏଆଇସିସି ସଭ୍ୟ ଜେଟି କୁସୁମ କୁମାର, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ କୃଷ୍ଣ କୁଳଦୀପ, ପୁରୁଷୋତ୍ତମ ଗୁପ୍ତା ଓ ଦ୍ରୌପଦୀ ମାଝୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଡାବୁଗାଁ ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ-୨ ବଂଶୀଧର ମାଝୀ, ବ୍ଲକ ଯୁବ କଂଗ୍ରେସ ସଭାପତି ଶଶୀଧର ମାଝୀ, ବାବି ଜେନା, କୃଷ ପନକା, ଭାଗୀରଥି ମାଝୀ, ରଇନୁ ପୂଜାରୀ, ପୁସ୍ତମ ମାଝୀ, ମଇୟ ପନକା ଏବଂ ୧୦୦ ଊର୍ଦ୍ଧ୍ଵ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ |

ଆଜିର ସଂଗଠନ ସୃଜନ କାର୍ଯ୍ୟକ୍ରମରେ ଡାବୁଗାଁ ବ୍ଳକ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ଜି ସାଇ ରାଜୁ ଙ୍କୁ ମନୋନୀତ କରାଯାଇଥିବା ବେଳେ ଜିଲ୍ଲା ସଭାପତି ଭାବେ ଡାବୁଗାଁ ନିର୍ବାଚନମଣ୍ଡଳୀ ତରଫରୁ ପୂର୍ବତନ ବିଧାୟକ ଭୂଜବଳ ମାଝୀ ଙ୍କୁ ବିପୁଳ ସମର୍ଥନ ମିଳିଥିଲା l ତେବେ ଅନ୍ୟ ନଅ ଗୋଟି ବ୍ଳକ ରୁ କାହାର ସମର୍ଥନ ଅଧିକ ହେଉଛି କିଏ ଜିଲ୍ଲା ସଭାପତି ହେଉଛି ତାହା ଦେଖିବାକୁ ବାକି ରହିଲା

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button