ଯୁଗ୍ମ ସମ୍ପତି ଅଂଶ ବିକିବ।ରେ ବ।ଧ। ନ।ହି ,ହ।ଇକୋଟ୍
ଯୁଗ୍ମ ସମ୍ପଭିର ଅଂଶ ବିକିବାରେ ବାଧା ନାହିଁ , ହାଇକୋର୍ଟ
କଟକ,୩/୯: ଯୁଗ୍ମ ସମ୍ପରି ବା ଏକାଧିକ ଅଂଶଧାରୀଙ୍କ ଅଧିକାରଭୁକ୍ତ ସମ୍ପଭିରୁ ନିଜ ଭାଗ ବିକ୍ରି କରିବା ଲାଗି ଅନ୍ୟ ଅଂଶଧାରୀମାନଙ୍କ ଅନୁମତିର କୌଣସି ଆବଶ୍ୟକତା ନାହିଁ । ଏହିଭଳି ସମ୍ପଭିର ପଞ୍ଜୀକରଣ କରିବା ଲାଗି ସବ୍-ରେଜିଷ୍ଟ୍ରାରମାନେ ମନା କରିପାରିବେ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟରେ କହିଛନ୍ତି। ପଦ୍ମିନୀ ବାରିକଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଏହି ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରିଣୀ ପିଟିସନ୍ରେ ଦର୍ଶାଇଥିଲେ ଯେ, ତାଙ୍କର ଯୁଗ୍ମ (ମିଳିତ) ଜମି ଥିଲା। ଏଥିରୁ ତାଙ୍କର ଯେତିକି ଭାଗ ଥୁଲା ଉକ୍ତ ଅଂଶ ଜମିକୁ ବିକ୍ରି କରିବା ଲାଗି ସେ ଭଦ୍ରକ ଜିଲ୍ଲା ବାସୁଦେବପୁର ସବ୍-ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ସବ୍-ରେଜିଷ୍ଟ୍ରାର ଅନ୍ୟ ଅଂଶୀଦାରମାନଙ୍କ ଅନୁମତି ବିନା ଜମି ବିକ୍ରି ହୋଇପାରିବ ନାହିଁ ବୋଲି ଆଦେଶ ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି କହିଛନ୍ତି, ଯେତେବେଳେ କୌଣସି ସମ୍ପରି ଉପଯୁକ୍ତ ରେକର୍ଡପତ୍ର ସହ ପଞ୍ଜୀକରଣ ପାଇଁ ସବ୍-ରେଜିଷ୍ଟ୍ରାରଙ୍କ ନିକଟକୁ ଆସିଥାଏ
ଏବଂ ଉକ୍ତ ରେକର୍ଡପତ୍ର ସବୁ ଠିକ୍ଥାଏ ସେତେବେଳେ ସବ୍-ରେଜିଷ୍ଟ୍ରାର ମୌଖୁକ ଭାବେ ଜମି ପଞ୍ଜୀକରଣ ପାଇଁ ମନା କରିପାରିବେ ନାହିଁ । ଅନ୍ୟପକ୍ଷରେ ଯଦି ଡକ୍ୟୁମେଣ୍ଟରେ କୌଣସି ପ୍ରକାର ତ୍ରୁଟି ଥାଏ ସେ କ୍ଷେତ୍ରରେ ସବ୍-ରେଜିଷ୍ଟ୍ରାର ଜମି ପଞ୍ଜୀକରଣ ପାଇଁ ମନା କରିପାରନ୍ତି। କିନ୍ତୁ ଏଥିପାଇଁ ସବ୍-ରେଜିଷ୍ଟ୍ରାରଙ୍କୁ ଲିଖୁତ କାରଣ ଦର୍ଶାଇବାକୁ ପଡ଼ିବ।
ଏଭଳି ଜମି ପଞ୍ଜୀକରଣ କରିବାକୁ ମନା କରିପାରିବେ ନାହିଁ ସବ୍-ରେଜିଷ୍ଟ୍ରାର
ଅପରପକ୍ଷରେ ସମସ୍ତ ଅଂଶୀଦାରଙ୍କ ଅନୁମତି ବିନା ଜଣେ ଅଂଶଧାରୀ ମଧ୍ୟ ନିଜ ଭାଗ ଜମି ବିକ୍ରି କରିପାରିବେ। ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ବାସୁଦେବପୁର ସବ୍-ରେଜିଷ୍ଟ୍ରାରଙ୍କୁ ଆବେଦନକାରୀଙ୍କ ଅଂଶ ଜମିକୁ ପ ପଞ୍ଜୀକରଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆବେଦନକା ନକାରିଣୀଙ୍କ ଜମି ପଞ୍ଜୀକରଣ ହୋଇଯାଇଥାଏ ତାହେଲେ ହଲେ ସବ୍-ରେଜିଷ୍ଟ୍ରାର ତାଙ୍କ ସେଲ୍ ଡିଡ୍ କାଗଜପତ୍ର ପତ୍ର ତିନିଦିନ ମଧ୍ୟରେ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଛନ୍ତି ।