ମରଣ। ଯନ୍ତ। ପ।ଲଟିଛି ମେଡିକାଲ ରାସ୍ତା
ମରଣ ଯନ୍ତା ପାଲଟିଛି ମେଡିକାଲ ରାସ୍ତା
କୋରାପୁଟ, ୦୩/୦୯ ଖାଲ ଢିପରେ ପଡ଼ି ରହିଛି ରାସ୍ତା । ସାଧାରଣ ବର୍ଷାରେ କାଦୁଅ ପଚ ପଚ ହୋଇ ମାଛ ଗଡିଆର ଭ୍ରମ ସୃଷ୍ଟି ହେଉଛି। ଯାହା ଫଳରେ ପଥଚାରୀଙ୍କ ଜୀବନ ପ୍ରତି ପା ପାଦେ ପାଦେ ବିପଦ ରହିଛି । ଖରାଦିନ ହେଲେ ଯାହା ଯେମିତି ଚାଲି ଯାଉଥିଲା । ହେଲେ ବର୍ଷା ଦିନ ଦିନ ହେଲେ ସତେ ଯେମିତି କାଳ ଗୋଡ଼େଇ ଆସୁଛି । ଏହି ରାସ୍ତା ପାଇଁ ଲୋକଙ୍କର ବହୁତ୍ କିଛି କ୍ଷୟକ୍ଷତି ହୋଇଛି । ଏପରି ରାସ୍ତାରେ ଯିବା ପାଇଁ ହେଲେ ଶହେ ଥର ଭାବିବାକୁ ପଡ଼ିଥାଏ । କାରଣ ମୁଖ୍ୟ ଚିକିତ୍ସାଳୟକୁ ଯିବା ବାଟରେ ପୂର୍ବରୁ ଅନେକ ଦୂର୍ଘଟଣା ଘଟି ଥିବାର ନଜିର ରହିଛି । ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦୁଧାରୀ ଗ୍ରାମର ମୁଖ୍ୟ ଚିକିତ୍ସାଳୟର ରାସ୍ତା । ଏହି ଦୃଶ୍ୟ ମେନ୍ ରୋଡ ଠାରୁ ପିଏଚସି ୧୦୦ ମିଟର ପର୍ଯ୍ୟନ୍ତ କାଦୁଅ ପଚପଚ୍ ରାସ୍ତା, କାହାର କିଛି ଦେହପା ଖରାପ୍ ହେଲେ ପାଦରେ ଚାଲିଚାଲି ଯିବାକୁ ପଡ଼େ ମୁଖ୍ୟ Jayaram Choudhuପାଇଁ କଷ୍ଟକର
ହୋଇଯାଉଛି। ପ୍ରତ୍ୟେକ ଦିନ ଯାତାୟାତରେ କିଛିନା କିଛି ଅଘଟଣ ଘଟିବା ନଜରରେ ଆସିଥାଏ । ଗ୍ରୀଷ୍ମ ରୁତୁରେ ହେଲେ ଚଳିଯାଏ । କିନ୍ତୁ ବର୍ଷା ହେଲେ ସ୍ଥିତି ଦୟନୀୟ ହୋଇଯାଏ । ରାସ୍ତା ନୁହେଁ ତ ମରଣ ଯନ୍ତା ପାଲଟିଛି ମୁଖ୍ୟ ଚିକିତ୍ସାଳୟର ରାସ୍ତା । ଦୁର୍ଭାଗ୍ୟ ବଶତଃ ଯଦି କାହାର ଦେହ ଖରାପ ହେଇଯାଏ ତାକୁ ଖଟିଆ ଏକ ମାତ୍ର ଭରସା । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହଉଛନ୍ତି ଲୋକେ । କେବେ ଦୂର ହେବ ଦୁଧାରୀ ପଂଚାୟତ ଅଞ୍ଚଳ ବାସୀଙ୍କ ଦୁଃଖ । ଏବେ ଦେଖିବାକୁ ବାକି ରହିଲା କେବେ ସରକାର ଏହା ଉପରେ ଦୃଷ୍ଟି ପାକାଉଛନ୍ତି ।