Education

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପ।ଇ ଦୁଗ୍ଧ ଚଷୀମାନଙ୍କୁ ପି ଏସ ଏମ।ଇ ସହ ସଂଯୋଗକ କରିବ।ଉପରେ ରାଜ୍ୟ ପ।ଳ ଙ୍କ ଗୁରୁତ୍ବ

ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଦୁଗ୍ଧ ଚାଷୀମାନଙ୍କୁ ପିଏସ୍ଏମ୍ୱାଇ ସହ ସଂଯୋଗ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ଵ

ଭୁବନେଶ୍ଵର, ୩/୯

ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଦୁଗ୍ଧ ଚାଷୀମାନଙ୍କୁ ପିଏମ୍ ଏମ୍‌ଓ୍ବାଇ (ପ୍ରଧାନମନ୍ତ୍ରୀ ମୁଦ୍ରା ମୁଦ୍ରା ଯୋଜନା) ସହ ଅଧିକ ସଂଖ୍ୟାରେ ସଂଯୋଗ କରିବା ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସେପ୍ଟେମ୍ବର ୨ ତାରିଖ ଦିନ କଟକ ଜିଲ୍ଲାର ଗୋବିନ୍ଦପୁର, ଅରିଲୋସ୍ଥିତ ଓମ୍‌ଫେଡ୍‌ ମେଗା ଡାଇରୀ ପ୍ଲାଟ ପରିଦର୍ଶନ ସମୟରେ ରାଜ୍ୟପାଳ ଏପରି ଗୁରୁତ୍ୱାରୋପ କରିଛନ୍ତି। ଦୁଗ୍ଧ ଚାଷୀମାନେ ସେମାନଙ୍କ ଉଦ୍ୟମକୁ ବ୍ୟାପକ କରିବା ନିମନ୍ତେ ବ୍ୟାଙ୍କ ଗଣର ଆବଶ୍ୟକ‌ତା ରହିଛି। ଏଣୁ ବ୍ୟାଙ୍କମାନଙ୍କ ସହ ଉତ୍ତମ ସମନ୍ଵୟ ରକ୍ଷା କରି ଦୁଗ୍ଧ ଚାଷୀଙ୍କୁ ଋଣ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ସଂପୃକ୍ତ କଽଗ ପକ୍ଷଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧିନରେ ଚାଷୀମାନଙ୍କୁ ସହାୟତା ଯୋଗଇବାର ପଦ୍ଧତି ସଂପର୍କରେ ରାଜ୍ୟପାଳ ଉଲ୍ଲେଖ କରି ଥିଲେ କହିଥିଲେ ଯେ, କେତେକ ଚାଷୀ ଯୋଜନାର ସବସିଡି ପାଇଁ ଆବଶ୍ୟକୀୟ ବ୍ୟକ୍ତିଗତ ଅବଦାନ ପ୍ରଦାନ କରିବାକୁ ହଇରାଣ ହୁଅନ୍ତି, କିନ୍ତୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ଚଗଗଣ) ସହିତ ସଂଯୋଗ କରିବା ଦ୍ବାରା ସେମାନେ ବ୍ୟାଙ୍କ ଋଣ ପାଇ ପାରିବେ ଏବଂ ବ୍ୟବସାୟ ଆରମ୍ଭକରିପାରିବେ କିମ୍ବା ବଢାଇପାରିବେ। ବ୍ୟାଙ୍କ ଦ୍ଵାରା ସଠିକ୍ ସମୟରେ ଋଣ

ପ୍ରଦାନ ଚାଷୀଙ୍କୁ ପ୍ରେରଣା ଯୋଗାଇବା ସହିତ ଉତ୍ସାହିତ କରିବ ବୋଲି ରା । ଜ୍ୟପାଳ କହିଥି ଲେ। ଏଣୁ ବ୍ୟାଙ୍କମାନଙ୍କ ସ‌ହ ନିୟମିତ ସମନ୍ବୟ ରକ୍ଷା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କାମଧେନୁ

ଯୋଜନା ଅନ୍ତର୍ଗତ ହିତାଧୀକାରୀଙ୍କ ଏକ ବିସ୍ତୃତ ତାଲିକା ବ୍ୟାଙ୍କମାନଙ୍କୁ ପ୍ରଦାନ କରି ବାକୁ ରାଜ୍ୟ ଜ୍ୟପାଳ ଓମ୍‌ ଫେଡ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ଫଳରେ ଋଣ ପ୍ରଦାନ ପ୍ରକ୍ରିୟାକୁ ସୁଗମ କରାଯାଇପାରିବ, ଯାହା ରାଜ୍ୟରେ ଦୁଗ୍ଧ ଚାଷକୁ ପ୍ରୋତ୍ସାହିତ କରିବ ଏବଂ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ। ଏହା ଦୁଗ୍ଧ ଉତ୍ପାଦନ ଏବଂ ଆବଶ୍ୟକତା ମ୍ନରେ ଥିବା

ବ୍ୟବଧାନକୁ ପୂରଣ କରିବାରେ ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ। ଏ ଦିଗରେ ଯଦି କୌଣସି ସମସ୍ୟା ଉପୁଜେ, ତେବେ ଓମ୍‌ ଫେଡ୍‌ କି ‘ଗ ପକ୍ଷ ସିଧାସଳଖ ତାଙ୍କ ସହ ଯୋଗାଯୋଗ କରିପାରିବେ ବୋଲି

କହିଥିଲେ । ଏହି ଗସ୍ତ ସମୟରେ ଜ୍ୟପାଳ ମେଗା ଡାଇରୀ ପ୍ଲାଟର ବିଭିନ୍ନ ବିଭାଗ, ଲାବୋରାଟାରୀ, ଘିଅ ବିଭାଗ, ଉତ୍ପାଦ ଗ୍ୟାଲେରୀ ବୁଲି ଦେଖୁଥିଲେ । ଓମ୍‌ଫେଡ୍‌ କର୍ତ୍ତୃପକ୍ଷ ପାଓ୍ବାର ପଏଂଟ୍ ପ୍ରେକଂଟେସନ୍, ମ୍ୟାମରେ ପ୍ଲାଟ୍ୟର କାର୍ଯ୍ୟଧାରା, ପରିଚାଳନା, ମାର୍କେଟିଂ ପଦ୍ଧତି ଏବଂ ଉତ୍ପାଦ ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ

କରାଇଥିଲେ । ସହରାଚଂଳରେ ଘରେ ଘରେ ଓମ୍‌ ଫେଡ୍‌ କ୍ଷୀର ଏବଂ ଅନ୍ୟାନ୍ୟ ଉତ୍ପାଦ ପହଂଚାଇ ଦିଆଯାଇପାରିଲେ ଏହା ଅଧୁକ ଲୋକାଭିମୁଖୀ ହୋଇପାରିବ। ଏଣୁ ଏଦିଗରେ ଅନୁଶୀଳନ କରି ପଦକ୍ଷେପ ନେବାକୁ

ରାଜ୍ୟପାଳ ପରାମର୍ଶ ଦେଇଥିଲେ । ମତ୍ସ୍ୟ ପଶୁ ସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ, ଓମ୍‌ଫେଡର ପ୍ରେସିଡେଟ କିଶୋର ଚନ୍ଦ୍ର ପ୍ରଧାନୀ, ଓମ୍‌ ଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଗେ, କଟକ ଜିଲ୍ଲାପାଳ ଦତ୍ତାତ୍ରିୟ ଭାଉ ସାହେବ ସିଦ୍ଦ ପ୍ରମୁଖ ରାଜ୍ୟପାଳଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button