Education

କଂଗ୍ରେସ ଗଡକୁ ଫେରାଇ ଅଣ।ଯିବ ,ଜେଟି କୁସୁମ। ଟେଟେ

କଂଗ୍ରେସ ଗଡ଼କୁ ଫେରାଇ ଅଣାଯିବ, ଜେଟି କୁସୁମା ଟେଟେ

ନବରଙ୍ଗପୁର, ୩।୯

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ଷ୍ଟିଅରିଂ କମିଟି ସଭାପତି ତଥା ପୂର୍ବତନ ବିଧାୟକ ସଦନ ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲାର ୧୦ ବ୍ଲକର କଂଗ୍ରେସ କର୍ମୀଙ୍କୁ ନେଇ ‘ସଙ୍ଗଠନ ସୃଜନ ଅଭିଯାନ’ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅଖେଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ଜେଟି କୁସୁମା କୁମାର ଟେଟେ, ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୃଷ୍ଣଚନ୍ଦ୍ର କୁଲଦୀପ, ପୁରୁଷୋତ୍ତମ ଗୁପ୍ତାଙ୍କ ଉପସ୍ଥିତଥିଲେ। ନବରଙ୍ଗ‌ପୁର କଂଗ୍ରେସ ନାର୍ଯ୍ୟାଳୟରେ ଜିଲା କଂଗ୍ରେସ କ କମିଟିର

ନୂତନ ସଭାପତି ଚୟନ ଉପରେ ସମସ୍ତ କର୍ମକର୍ତ୍ତାଙ୍କ ସହ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା। ମନୋରଞ୍ଜନ ତ୍ରିପାଠୀ ପରିଚୟ ପ୍ରଦାନ ସହ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଟେଟେ ସଭାପତି ଚୟନ ପ୍ରକ୍ରିୟା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଟେଟେ ସମସ୍ତ ବ୍ଲକ୍ ଗସ୍ତ କରି ଜନମତ ସଂଗ୍ରହ କରିବେ। ଆସନ୍ତା ୧୬ ତାରିଖରେ ୬ ଜଣଙ୍କ ନାମ କେନ୍ଦ୍ର ସଭାପତିଙ୍କ ନିକଟରେ ଉପସ୍ଥାପିତ କରିବେ। ଏଥିରେ ମହିଳା ସଦସ୍ୟା ମଧ୍ୟ ରହିବେ ବୋଲି କହିଥିଲେ।

ରହି ଖବରଦାତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ମହାରାଷ୍ଟ୍ରରେ ଖବରଦାତା ସମ୍ମିଳନୀରେ ଉପସ୍ଥିତ

ଭୋଟ ଚୋରି ପାଇଁ କଂଗ୍ରେସ ହାରିଥିବା କହିଥିଲେ। ହେଲେ ବର୍ତ୍ତମାନ ଏହାକୁ ପ୍ରତିରୋଧ କରି କଂଗ୍ରେସ ବହୁ ରାଜ୍ୟରେ ଫେରିବାକୁ ଦୃଢ ସଂକଳ୍ପ କରିଛି। ଏନେଇ ଭିନ୍ନ ପ୍ରକ୍ରିୟାରେ ସଭାପତି ଚୟନ ସହ ବିଧାୟକ, ଏମ୍‌ପି ପ୍ରାର୍ଥୀ ଚୟନ କରାଯିବାକୁ ନିଷ୍ପଭି ନେଇଥିବା ଟେଟେ କହିଥିଲେ। କଂଗ୍ରେସ ଏକ ଚିରଞ୍ଜିବୀ ଦଳ। କୋରାପୁଟ, ନବରଙ୍ଗପୁର ଜିଲାରେ କଂଗ୍ରେସ ଗଡ଼ ଫେରାଇବାକୁ ଦଳ ନିଶ୍ଚିତ କରିଛି। ଦେଶରେ ବର୍ତ୍ତମାନ କଂଗ୍ରେସ ମଜଭୁତ ଦିଗ ଆଡ଼କୁ ଅଗ୍ରଗତି କରୁଥିବା ସେ କହିଛନ୍ତି। କଂଗ୍ରେସ ଦଳ ମଧ୍ୟରେ କୌଣସି ମନାନ୍ତର କିମ୍ବା ମତାନ୍ତର ନାହିଁ । ସବୁବେଳେ ଏକତ୍ରିତ ହୋଇ ଲଢିଆସିଛି ବୋଲି ଟେଟେ ଯୁକ୍ତି ବାଢିଥିଲେ। କଂଗ୍ରେ ଗ୍ରେସ ଗଡ଼କୁ ଫେରାଇ ଆଣିବାକୁ ସମସ୍ତ ଚେଷ୍ଟା କରାଯାଉଛି। ଏଣୁ ପ୍ରାର୍ଥୀ ଚୟନରେ କୌଣସି ପକ୍ଷପାତିତା କରାଯିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ। ଏହିଖବରଦା ରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୂଜବଳ ମାଝୀ, ପି. ନାଗାରତ୍ନମା, ଦିଲୀପ ବେହେରା, ସନରାଜ ଗଣ୍ଡ, ଅନାମ ଦିଆନ, ବୃନ୍ଦାବନ

ଖବରଦାତା ମଞ୍ଜିବନୀରେ ଉପସ୍ଥିତ କଂଗ୍ରେସ ନେତାମାନେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button