Education

ମକ।ଗୁଣ୍ଡ ରୁ ପରିବେଶ ଉପଯୋଗୀ କେରୀ ବ୍ୟାଗ

ମକାଗୁଣ୍ଡରୁ ପରିବେଶ ଉପଯୋଗୀ କ୍ୟାରି ବ୍ୟାଗ୍

ଉମରକୋଟ, ୩।୯

ଉପାନ୍ତ ଅଞ୍ଚଳରେ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠାକରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ କର୍ମ ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ରିତୁ ମହନ୍ତ। ପଲିଥୁନ ମୁକ୍ତ ପରିବେଶ ଗଠନ ପାଇଁ ଯେଉଁ ବାର୍ଭା ସରକାର ଦେଉଛନ୍ତି ତାକୁ ସାକାର କରିବା ପାଇଁ ସେ ଏକ ପ୍ରୟାସ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳର ଡାଙ୍ଗରିଗୁଡ଼ାରେ ବାୟୋ ଡିଗ୍ରେଡେବଲ କ୍ୟାରି ବ୍ୟାଗ୍ ଉତ୍ପାଦନ ୟୁନିଟ୍ ଆରମ୍ଭ କରିଛନ୍ତି। ଯାହାକୁ ମଙ୍ଗଳବାର ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁ ଉଦ୍‌ଘାଟନ କରିଛନ୍ତି। ଏହି କ୍ୟାରି ବ୍ୟାଗ୍ ପ୍ରସ୍ତୁତ ପାଇଁ କଞ୍ଚାମାଲ ମକାଗୁଣ୍ଡରୁ ପ୍ରସ୍ତୁତ। ଯାହାକୁ ବର୍ତ୍ତମାନ ଗୁଜରାଟରୁ ଆମଦାନୀ କରାଯାଉଛି I ଏହି ପ୍ଲାଣ୍ଟରୁ ପ୍ରସ୍ତୁତ କ୍ୟାରି ବ୍ୟାଗ୍ ଶୂନ ପ୍ରତିଶତ ପ୍ଲାଷ୍ଟିକ୍। ଏହା ସମ୍ପୂର୍ଣ୍ଣ ଭାବେ ପରିବେଶ ଅନୁକୂଳ। ଏହା ମାଟିରେ ପଡ଼ିଲେ ୨ ରୁ ୩ ମାସ ମଧ୍ୟରେ ମିଶିଯାଏ ଓ ପାଣିରେ ପଡ଼ିଲେ ସଙ୍ଗେ ସଙ୍ଗେ ମିଳେଇଯାଏ । ଏହି ବ୍ୟାଗକୁ ଗୋରୁ କିମ୍ବା ଛେଳି ଖାଇଲେ ମଧ୍ୟ ତାଙ୍କ ଶରୀରରେ କୌଣସି କ୍ଷତି

ବାୟୋ ଡିଗ୍ରେଡେବଲ କ୍ୟାରି ବ୍ୟାଗ୍ ଉତ୍ପାଦନ ୟୁନିଟ୍ ସ୍ଥାପନକଲେ ଯୁବୋଦ୍ୟୋଗୀ

୩ ମାସ ମଧ୍ୟରେ ମାଟିରେ ଓ ସଙ୍ଗେ ସଙ୍ଗେ ପାଣିରେ ମିଳେଇଯାଏ

ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ କରାଉଛନ୍ତି ସ୍ବାବଲମ୍ବୀ

ରିତୁ ମହନ୍ତ ବାୟୋ ଡିଗ୍ରେଡେବଲ କ୍ୟାରି ବ୍ୟାଗ୍ ଦେଖାଉଛନ୍ତି ।

କରିବ ନାହିଁ ବୋଲି ରିତୁ କହିଛନ୍ତି।

କୃଷିବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଚାକିରି ପଛରେ ନ ଦୌଡ଼ି ନିଜେ କିଛି କରିବା ପାଇଁ ରିତୁ

ଚେଷ୍ଟା ଆରମ୍ଭ କରିଥିଲେ। ବାପାଙ୍କ ପ୍ରେରଣାରେ ସେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାକରି ପ୍ଲାଷ୍ଟିକ୍‌ମୁକ୍ତ କ୍ୟାରି ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି। ତାଙ୍କ ପ୍ଲାଣ୍ଟରେ କୌଣସି ଧୂଆଁ ବାହାରିବ

ନାହିଁ କିମ୍ବା କୌଣସି ଶବ୍ଦ ହେବନାହିଁ ଦୈନିକ ୮ ଘଣ୍ଟା ପ୍ଲାଣ୍ଟ ଚାଲେ | ପ୍ରତିଦିନ ୨ ରୁ ୩ କୁଇଣ୍ଟାଲ ପର୍ଯ୍ୟନ୍ତ କ୍ୟାରି ବ୍ୟାଗ୍ ଉତ୍ପାଦନ ହୋଇପାରିବ। ବର୍ତ୍ତମାନ ଏହି ପ୍ଲାଣ୍ଟରେ ପାଉଚିଠାରୁ ଆରମ୍ଭକରି ୨୫ କେଜିଆ ବ୍ୟାଗ୍ ଉତ୍ପାଦନ କରାଯାଉଛି। ଉତ୍ପାଦିତ କ୍ୟାରି ବ୍ୟାଗ୍ ବର୍ତ୍ତମାନ ଜିଲାର ବ୍ୟବସାୟୀଙ୍କୁ ଦିଆଯିବ। ପରବର୍ତ୍ତୀ ସମୟରେ ଏହା ଅନ୍ୟ ଅଞ୍ଚଳକୁ ଯୋଗାଣ କରାଯିବ ବୋଲି ରିତୁ ସୂଚନା ଦେଇଛନ୍ତି । ଏହି ପ୍ଲାଣ୍ଟରେ ବର୍ତ୍ତମାନ ପ୍ରାୟ ୧୨ ଜଣ କାମ କରି ରୋଜଗାରକ୍ଷମ ହେଉଛନ୍ତି। ସେଥିମଧ୍ୟରୁ ୫ ଜଣ ମହିଳା କର୍ମଚାରୀ ରହିଛନ୍ତି। ଉଚ୍ଚଶିକ୍ଷା ଲାଭ ପରେ ମଧ୍ୟ ଚାକିରି ପଛରେ ନ ଗୋଡ଼ାଇ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ସ୍ବାବଲମ୍ବୀକରି ରିତୁ ବେକାର ଯୁବତୀଯୁବକଙ୍କୁ ପ୍ରେରଣା ଯୋଗାଉଛନ୍ତି। ଏଥିସହ ତାଙ୍କ ପ୍ଲାଣ୍ଟରୁ ବାହରୁଥୁବା କ୍ୟାରି ବ୍ୟାଗ୍ ପ୍ଲାଷ୍ଟିକ୍‌ମୁକ୍ତ ହୋଇଥିବାରୁ ବିଭିନ୍ନ ସରକାରୀ ଅନୁଷ୍ଠାନରେ ବ୍ୟବହାର ପାଇଁ ପଠାଯିବ ଏହାର ବ୍ୟବହାର ପାଇଁ ମଧ୍ୟ ଲୋକଙ୍କୁ ସଚେତନ କରାଯିବ ବୋଲି ଜିଲାପାଳ ସ୍ବାଇଁ କ‌ହିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button