ଅଚାନକ ପହଞ୍ଚିଲେ ସ।ର ଗୋଦ।ମ ଷ୍ଠକ ଯ।ଥଁ କଲେ ଜିଲ୍ଲାପାଳ
ଅଚାନକ ପହଞ୍ଚିଲେ ସାର ଗୋଦାମ ଷ୍ଟକ ଯାଞ୍ଚ କଲେ ଜିଲାପାଳ
ଉମରକୋଟ, ୩।୯
ନବରଙ୍ଗପୁର ଜିଳ୍ଲାପାଳ ଡ. ମହେଶ୍ବର ସ୍ବାଇଁ ମଙ୍ଗଳବାର ଉମରକୋଟ ଗସ୍ତରେ ଆସି ଆସିଥିଲେ। ସେ ସେ ଉମରକୋଟ ଅକାରୀଗୁଡ଼ାରେ ଥିବା ଜିତ ଫର୍ଟିଲାଇଜର, ଉମରକୋଟ ସହର ନିକଟ କଟସ୍ଥ ଦାଢ଼ିଗୁଡାରେ ଚାରେ ଥିବା ସିଦ୍ଧି ବିନାୟକ ଟ୍ରେଡର୍ସ ଗୋଦ ଗୋଦାମରେ ପଶି ସାରର ଷ୍ଟକ୍ ଯାଞ୍ଚ କରିଥିଲେ। ଏଥିସହ ସମସ୍ତ କାଗଜପତ୍ର ଓ ରେଜିଷ୍ଟର ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କୌଣସି ତ୍ରୁଟି ନ ଥୁବା ସୂଚନା । ମିଳିଛି। ଉମରକୋଟ ଅଞ୍ଚଳରେ ସାର ଅଭାବ ରହିଥିଲା। ବର୍ତ୍ତମାନ ପର୍ଯ୍ୟାପ୍ତ ପର୍ଯ୍ୟାପ୍ତ ପରିମାଣର ର ସାର ଉମରକୋଟ ନାଟକୁ ଯୋଗାଇ ଦିଆଯାଇଛି। ଚାଷୀ ବ୍ୟସ୍ତ ବିବ୍ରତ ନ ହୋଇ ଲ୍ୟାମ୍ସ ଓ ଡିଲରଙ୍କ ପାଖରୁ ସାର ନେଇପାରିବେ ବୋଲି ଜିଲାପାଳ କହିଛନ୍ତି । ଏଥିସହ
ରୋକିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏକ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଏକ ପ୍ରଧାନ କୃଷି ଅଞ୍ଚଳ ହୋଇ ଥିବାବେଳେ ପ୍ରତି ବର୍ଷ ଚାଷୀମାନେ ଠିକ୍ ସମୟରେ ୟୁରିଆ ଓ ବିଭିନ୍ନ ସାର ପାଇ ପାରୁନାହାନ୍ତି। ଅନେକ ସମୟରେ ରାସ୍ତାରୋକୋ କରାଯାଉଛି । ଏପରି କି ବେପାରୀମାନେ ଛତିଶଗଡ଼ରୁ ସାର ଆଣି ଚଢ଼ା ଦରରେ ଚାଷୀମାନଙ୍କୁ ବିକ୍ରିକରି ସେମାନଙ୍କୁ ଶୋଷଣ କରୁଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତେଣୁ ଜିଲାପାଳ ଯାଞ୍ଚ କରିଥିଲେ। ଜିଲାପାଳଙ୍କ ସହ ଉମରକୋଟ ବ୍ଲକ କୃଷି ଅଧିକାରୀ ସନ୍ତୋଷ କୁମାର ନାୟକ ୟକ, ରାଇଘର ବ୍ଲକ କୃଷି ଅଧିକାରୀ ରଶ୍ମିକାନ୍ତ ସାହୁ, କୃଷି ଜିଲା ଅଧିକାରୀ ନିହାର ନାୟକ ପ୍ର ପ୍ରମୁଖ ଉପସ୍ଥିତ ଥିଲେ।