Education

ଜମିକୁ ଯ।ଇ ୨ ମ।ସ ହେବ ସ୍ଵାମୀ ନିଖେ।ଜ

ଜମିକୁ ଯାଇ ୨ ମାସ ହେବ ସ୍ବାମୀ ନିଖୋଜ

ନବରଙ୍ଗପୁର, ୩।୯

ଦାଦନ ଖଟିବାକୁ ବାହାରକୁ ଯାଇଥିଲେ ନବରଙ୍ଗପୁର ଜିଲା ଚନ୍ଦ୍ରହାଣ୍ଡି ବ୍ଲକ୍ ଡହିମାଲ ନିକଟ କୋଦଭଟ୍ଟା ଗାଁର ସଦନ ପୁଟା । ସେଠାରୁ ଘରକୁ ଫେରି ଆସିଲେ। ଗତ ଜୁଲାଇ ମାସରେ ପରେ ଜମିକୁ ଯାଇ ଆଉ ଘରକୁ ଫେରିଲେ ନାହିଁ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହକରି ପୋଲିସରେ ଅଭିଯୋଗ କରାଯାଇଛି। ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନାହିଁ I ଘଟଣାକୁ୨ ମାସ ହେବାକୁ ଯାଉ ଥିବାବେଳେ ସ୍ବାମୀଙ୍କ ପତ୍ତା ମିଳିନାହିଁ ବୋଲି ସଦନଙ୍କ ସ୍ତ୍ରୀ ସୁନାଦେଈ ପୁଟା କହିଛନ୍ତି। ମଙ୍ଗଳବାର ସୁନାଦେଈ ୨ ଝିଅଙ୍କ ସହ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବସି ରହିଥିଲେ। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଯିବେନାହିଁ ବୋଲି ସୁନାଦେଇ କହିଥିଲେ। ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ତପନ କୁମାର ଖୁଣ୍ଟିଆଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ଘଟଣା ସମ୍ପର୍କରେ ଯାଞ୍ଚ କରା‌ଯିବ ବୋଲି ଅତିରିକ୍ତ ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗପତ୍ର ଅନୁଯାୟୀ, ନବରଙ୍ଗପୁର ଜିଲା ଚନ୍ଦହାଣ୍ଡି ବ୍ଲକ୍ ଅଧୀନ ଡହିମାଲ ନିକଟ କୋଦଭଟା ଗାଁର ସଦନ ପୁଟା ୨୦୨୪ ଡିସେମ୍ବରରେ ମାଡ୍ରାସକୁ ଦାଦନ ଖଟିବାକୁ ଯାଇଥିଲେ। ଜୁଲାଇ ମାସରେ ଗାଁକୁ ଫେରିଲେ।

ସ୍ତ୍ରୀ ଖୋଜି ଆଣିବାକୁ ସ୍ତ୍ର ଝିଅଙ୍କ ଆକୁଳ ନିବେଦନ

ସେଠାରେ ଠିକାଦାର ଖାଇବା ଓ ରହିବାକୁ ଦେଇଥିଲେ। ପାରିଶ୍ରମିକ ବାବଦକୁ ୯୦ ହଜାର ଟଙ୍କା ମଧ୍ୟସ୍ଥଙ୍କୁ ଦିଆଯାଇଥିବା ସାହୁକାର କହିଥିଲେ । କିନ୍ତୁ ଦାଦନ ଖଟି ଗାଁକୁ ଫେରିବା ପରେ ମଧ୍ୟସ୍ଥ ଜଣକ ଟଙ୍କା ଦେଲେ ନାହିଁ I ଏନେଇ ସଦନ ଟଙ୍କା ମାଗିବାରୁ ସେ ଟଙ୍କା ପାଇ ନାହାନ୍ତି ବୋଲି କହିଥିଲେ। ସରପଞ୍ଚ, ୱାର୍ଡମେମ୍ବର ଗାଁ ଭଦ୍ରଲୋକଙ୍କୁ ନେଇ ବୈଠକ କରାଯାଇଥିଲା। ସେଠାରେ ମଧ୍ୟସ୍ଥ ଜଣକ ଟଙ୍କା ପାଇଥିବା କଥା ସ୍ୱୀକାର କଲେନାହିଁ। ବୈଠକ ପରଦିନ ସକାଳୁ ସଦନ ଦାନ୍ତକାଠି ଧରି ଜମି ଆଡ଼େ ଯାଇଥିଲେ। ଏହା ପରଠାରୁ ସେ ନିଖୋଜ ଅଛନ୍ତି। ପରିବାର ଲୋକ ବିଭିନ୍ନ ଗାଁ, ଜମି, ଜଙ୍ଗଲ ଖୋଜିଲେ କୌଣସି ସନ୍ଧାନ ପାଇଲେ ନାହିଁ ଚନ୍ଦାହାଣ୍ଡି ଥାନାରେ ୨୦୨୫ ଜୁଲାଇ ୮ରେ ସଦନ ନିଖୋଜ ଥିବା ନେଇ ସୁନାଦେଈ ଲିଖତ ଅଭିଯାଗ କରିଛନ୍ତି। ଏନେଇ ଚନ୍ଦାହାଣ୍ଡି ପୋଲିସ କେସ୍ ନମ୍ବର ୧୮/୨୫ରେ ଏକ ମାମଲା ରୁଜୁ କରିଥିଲା। କିନ୍ତୁ ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ସୁନାଦେଈ ଅଭିଯୋଗ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button