Education

ଦୁଇ କ।ର ମୁହ।ମୁହଁ ଧକ୍କ। ୪ ଗୁରୁତର

ଦୁଇ କାର୍ ମୁହାଁମୁହି ଧକ୍କା, ୪ ଗୁରୁତର

ପାପଡ଼ାହାଣ୍ଡି, ୩/୯: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ତୁମ୍ବର୍ଲା ପଞ୍ଚାୟତ ଅଧୀନସ୍ତ ସ୍ଥ ଝିଟିକିଗୁଡ଼ା ଗ୍ରାମ ନିକଟରେ ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ରାଯାଇଛି। ସ୍ଥାନାନ୍ତର

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ବଲାଙ୍ଗୀର ଜିଲ୍ଲା କୋଷା ଅଞ୍ଚଳର ବିକି ବାରିକ, ରିକି ବାରିକ ଓ ରାଜାରାମ ସୁନା ଏକ କାର୍(ଓଡି ୧୦ବି ୧୭୩୯) ଯୋଗେ କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଅଞ୍ଚଳକୁ ଯାଉଥିଲେ । ତେବେ ସକାଳ ପ୍ରାୟ ୧୧ଟାରେ

ଝିଟିକିଗୁଡ଼ା ଗ୍ରାମ ନିକଟ ଏକ ବୁଲାଣିରେ ବିପରୀତ ଦିଗରୁ ଆସୁଥିବା ଏକ କାର ର୍ଓଡି ୧୦ଏଫ୍

୮୨୮୮ ସହ ମୁହାଁମୁହିଁ ଧକ୍କା ହେବାରୁ ଉଭୟ କାର୍‌ରେ ଥିବା ୪ଜଣ ଗୁରୁତର ହୋଇଥିଲେ।

ପରେ ସ୍ଥାନୀୟ ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ସ୍ଵାସ୍ଥ୍ୟବସ୍ଥା ଅଧିକ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତୁମ୍ବର୍ଲା ଫାଣ୍ଡି ଅଧିକାରୀ ରାମ ନାୟକ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିଥିବା ବେଳେ ଏନେଇ କେଶ୍ ନଂ-୧୮୪/୨୫ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଅନ୍ୟ ଏକ କାରରେ ସେମିଳିଗୁଡା ଗ୍ରାମର ମନୋରଞ୍ଜନ ବିଶ୍ଵାଳ କଳାହାଣ୍ଡି ଜିଲ୍ଲାର ଜୟପାଟଣାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button